Report Card Odisha

| Daily Odia News

୧୬ ରେ OCS ପ୍ରିଲିମନାରୀ ପରୀକ୍ଷା…..

ରିପୋର୍ଟ କାର୍ଡ / କଟକ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୧ ପ୍ରିଲିମନାରୀ ପରୀକ୍ଷା ଆସନ୍ତା ୧୬ ତାରିଖରେ ହେବ| ଆଜି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଜାରି ପ୍ରେସ ରିଲିଜ ଅନୁଯାୟୀ, ପ୍ରିଲିମନାରୀ ପରୀକ୍ଷା ଅକ୍ଟୋବର ୧୬ ତାରିଖ ରବିବାର ହେବ। ୧୬ ତାରିଖରେ ୨ଟି ସିଟିଂରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍ -୧ ରହିଛି। ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ରହିଛି । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ ଅତିରିକ୍ତ ସମୟ ମିଳିବ । ରାଜ୍ୟର ୫ଟି ଜୋନ୍‌ ଅର୍ଥାତ ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି।

Breaking News