ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସନ୍ଧ୍ୟା ସାଢ଼େ ୫ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପରେ । ତେବେ ମିଳିଥିବା ସୂଚନାନୁସାରେ, ଆଜିର ଏହି କ୍ୟାବିନେଟ୍ ବୈଠକରେ କେତେକ ନୀତି ସମେତ ପ୍ରାୟ ୨୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ଖାସ୍ କରି ସମବାୟ, ଜଳ ସମ୍ପଦ, ଆଇଟି, ନଗର ଉନ୍ନୟନ, ପଞ୍ଚାୟତିରାଜ, ପୂର୍ତ୍ତ ପ୍ରମୁଖ ବିଭାଗଗୁଡ଼ିକର ପ୍ରସ୍ତାବ ଉପସ୍ଥାପିତ ହେବା ସହ ପାରିତ ହେବ ବୋଲି ସୂଚନା ମିଳିଛି ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..