ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗାନ୍ଧୀ ପରିବାରୁ କେହି କଂଗ୍ରେସ ପାର୍ଟିର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ନାହିଁ ବୋଲି ରାହୁଲ୍ ଗାନ୍ଧୀ ସ୍ପଷ୍ଟ କରିଛନ୍ତି | ଏକଥା ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହ୍ଲଟ୍ କେରଳରେ ସାମ୍ବାଦିକମାନଙ୍କୁ କହିଛନ୍ତି। କଂଗ୍ରେସ ପାର୍ଟିର ସର୍ବୋଚ୍ଚ ପଦବୀ ନିମନ୍ତେ ସେ ନିଜେ ପ୍ରତିଦ୍ବନ୍ଦ୍ବିତା କରିବା କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ନିମନ୍ତେ ମୁଁ ପ୍ରତିଦ୍ବନ୍ଦ୍ବିତା କରିବି ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅବିଳମ୍ବେ ମୁଁ ମୋର ପ୍ରାର୍ଥୀପତ୍ର ଦାଖଲ ତାରିଖ ନିର୍ଦ୍ଧାରଣ କରିବି। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ ଶକ୍ତିଶାଳୀ ହେବା ବିରୋଧୀଙ୍କ ନିମନ୍ତେ ଆବଶ୍ୟକ ହୋଇପଡ଼ିଛି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ଅଧ୍ୟକ୍ଷ ହେବା ନିମନ୍ତେ ସମସ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବା ନିମନ୍ତେ ମୁଁ ରାହୁଲ୍ ଗାନ୍ଧୀଙ୍କୁ ବାରମ୍ବାର ଅନୁରୋଧ କଲି। କିନ୍ତୁ, ସେ ସ୍ପଷ୍ଟ କରି କହିଲେ ଯେ, ଗାନ୍ଧୀ ପରିବାରରୁ କେହି ପରବର୍ତ୍ତୀ ମୁଖ୍ୟ ହେବା ଅନୁଚିତ ବୋଲି ମୁଁ ସ୍ଥିର କରି ସାରିଛି। ରାହୁଲ୍ଜୀ ମତେ କହିଲେ, ସେମାନେ ମତେ ଦଳର ମୁଖ୍ୟ କରାଇବାକୁ ଚାହୁଁଥିବା କଥା ମୁଁ ଜାଣେ। ସେମାନଙ୍କ ଇଚ୍ଛା ପ୍ରତି ମୋର ସମ୍ମାନବୋଧ ରହିଛି। କିନ୍ତୁ, ମୁଁ ସ୍ଥିର କରିସାରିଛି ଜଣେ ଅଣ-ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହେବା ଉଚିତ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗତ ସନ୍ଧ୍ୟାରେ କେରଳରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ଅବସରରେ ରାହୁଲ୍ ଗାନ୍ଧୀଙ୍କୁ ଭେଟିଥିଲେ। ଅନ୍ୟପଟେ ସଭାପତି ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ରାହୁଲ ଗାନ୍ଧି ପରାମର୍ଶ ଦେବାକୁ ଯାଇ କହିଛନ୍ତି ଯେ ଯିଏ କଂଗ୍ରେସ ସଭାପତି ହେବ ସେ ମନେ ରଖିବା ଉଚିତ୍ ଯେ ସେ ଏକ ଧାରଣା, ବିଶ୍ୱାସ, ବ୍ୟବସ୍ଥା ଏବଂ ଭାରତର ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି। ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ସଭାପତି ଏକ ପୋଷ୍ଟ ବା ପଦବୀ ନୁହେଁ; ବରଂ ଏହା ଏକ ବିଶ୍ୱାସର ବ୍ୟବସ୍ଥା। ରାହୁଲ ଗାନ୍ଧି ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ବିଶ୍ୱାସ କରେ। ସେଥିପାଇଁ ଉଦୟପୁରରେ ହୋଇଥିବା ଦଳର ଚିନ୍ତନ ଶିବିରରେ ମଧ୍ୟ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିକୁ ଗୁରୁତ୍ୱ ଦିଆଯାଇ ଏହାକୁ ଦଳର ସବୁ ସ୍ତରରେ କଠୋର ଭାବରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଦଳର ସଭାପତିମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……