ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେସ୍କିକୋର ରାଜଧାନୀରେ ଭୂକମ୍ପର ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଛି। ଭୂକମ୍ପ କାରଣରୁ ଅନେକ ବଡବଡ଼ ଘର କ୍ଷତିଗ୍ରସ୍ତ ହୋଇଛି। ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଖବର ମିଳିଛି। ଭୂକମ୍ପର କେନ୍ଦ୍ର ପଶ୍ଚିମ ମିଚୋଆକନରେ ପ୍ରଶାନ୍ତ ତଟ ନିକଟରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ନିକଟରେ ୨୪.୧ କିମି ଗଭୀର ଥିଲା। ଏହାର ୩ ଦିନ ପୂର୍ବରୁ ମଧ୍ୟ ମେସ୍କିକୋରେ ୭.୬ ତିବ୍ରତାର ଭୂକମ୍ପରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସମ୍ପୂର୍ଣ୍ଣ ମିଚୋଆକନରେ ପ୍ରାନ୍ତରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାସହ କିଛି ସ୍ଥାନରେ ଅଟ୍ଟାଳିକା କ୍ଷତିଗ୍ରସ୍ତ ହେବା ସହ ରାଜମାର୍ଗରେ ଭୂସ୍ଖଳନ ହେବା ନେଇ ସୂଚନା ମିଳିଛି।






More Stories
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..
ନୋବଲ୍ ପୁରସ୍କାର ପାଇଁ ୩ ବୈଜ୍ଞାନିକ ମନୋନୀତ…..