Report Card Odisha

| Daily Odia News

ମନୋଜ ପଣ୍ଡାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ହୋମ୍ ଆଣ୍ଡ୍ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ବିରୋଧରେ  ଲୁକଆଉଟ ସର୍କୁଲାର ଜାରି ହୋଇଛି। ୨୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି ଇଓଡବ୍ଲ୍ୟୁ। ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା। ୨୦୧୩ରୁ ୨୦୧୬ ମଧ୍ୟରେ ୪୨ଜଣଙ୍କ ଠାରୁ ୨୦ କୋଟି ଟଙ୍କା ନେଇଥିଲା ସଂସ୍ଥା । ୨୦୧୮ ସୁଦ୍ଧା ଫ୍ଲାଟ ଯୋଗାଇଦେବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ନଦେଇ ଫେରାର ହୋଇଯାଇଥିଲେ ମନୋଜ ପଣ୍ଡା । ଏନେଇ ଜମାକାରୀମାନେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡବ୍ଲ୍ୟୁ। ସମ୍ପୃକ୍ତ ବିଲ୍ଡର୍‌ଙ୍କୁ ଧରିବା ପାଇଁ ଆଜି ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରାଯାଇଛି। ମନୋଜଙ୍କ ବ୍ୟତୀତ ତାଙ୍କ ଭାଇ ସରୋଜ ପଣ୍ଡା ମଧ୍ୟ ଏହି ଠକେଇରେ ସମ୍ପୃକ୍ତ ଅଛନ୍ତି। ସେ ମଧ୍ୟ ଫେରାର ଥିବା ଜଣାପଡିଛି।

Breaking News