Report Card Odisha

| Daily Odia News

ମାତ୍ର ୭୫ ଟଙ୍କାରେ ସିନେମା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବଲିଉଡ ହେଉ କି ହଲିଉଡ ମାତ୍ର ଟଙ୍କା ୭୫ରେ ଦେଖିବେ ସିନେମା । ସବୁଠି ଟିକଟ ଦର ସମାନ ଆଉ ସୁବିଧା ବି ସମାନ । ପିଭିଆର୍‌, ଆଇନକ୍ସ, ସିନେପଲିସ୍‌ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ଏହି ମଜା ନେଉଛନ୍ତି ଦର୍ଶକ । ସେଥିପାଇଁ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶର କୌଣସି ହଲ୍‌ ଫାଙ୍କା ନାହିଁ । ସବୁଠି ହାଉସ୍‌ଫୁଲ୍‌ । ଟିକଟ ଦର କମ୍‌ ପାଇଁ ଏମିତି ଅବସ୍ଥା ହୋଇଛି । ଆଜି ସାରା ଦେଶ ପାଳୁଛି ଜାତୀୟ ସିନେମା ଦିବସ । ସେଥିପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ସହାୟତାରେ ଆୟୋଜିତ ହୋଇଛି ଏହି ଦିବସ । ଆଉ ଏହି ପରିପ୍ରେକ୍ଷୀରେ ଦର୍ଶକଙ୍କୁ ଭିନ୍ନ ଅନୁଭୂତି ପରଷିବାକୁ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଛି । ଦର୍ଶକଙ୍କୁ ହଲ୍‌ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ୍‌ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ଅଣ୍ଟା ଭିଡ଼ିଛି ମଲ୍ଟିପ୍ଲେକ୍ସ ଆସୋସିଏସନ୍‌ ।

Breaking News