ରିପୋର୍ଟ କାର୍ଡ / ଭୁବନେଶ୍ୱର
ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ଜଗନ୍ନାଥ ସାରକା । କହିଛନ୍ତି କି ଯେତେବେଳେ ଆବଶ୍ୟକ ପଡେ ସେବେ ମରାମତି କଥା ଆସେ । ଏଏସ୍ଆଇ ଯେଉଁ ଚିଠି ଲେଖିଛନ୍ତି ତାକୁ ତର୍ଜମା କରିବା ପରେ ନିଷ୍ପତ୍ତି ନିଆଯିବ । ଆଲୋଚନା ପର୍ଯ୍ୟାଲୋଚନା ପରେ ହିଁ ନିଷ୍ପତ୍ତି ନିଆଯାଇ ପାରିବ । ସେହିପରି ରତ୍ନଭଣ୍ଡାର ସୁରକ୍ଷିତ ଅଛି ତ ବୋଲି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତରରେ କହିଛନ୍ତି ଯେ, ଆପଣ ଦେଖିଛନ୍ତି ନା ମୁଁ ଦେଖିଛି । ରତ୍ନ ଭଣ୍ଡାର କଣ କିଏ ଦେଖିଛି । ସମସ୍ତ ଟିମ ସହିତ ଆଲୋଚନା ହେବା ପରେ ହିଁ ରତ୍ନଭଣ୍ଡାର ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ ।






More Stories
ଆଜି କାଉଣ୍ଟରରେ ଟିକଟ ବିକ୍ରି……
ସାମ୍ବାଦିକଙ୍କ ପାଇଁ ପେନସନ୍……
ବିରୋଧୀଙ୍କ ମୌନ ପ୍ରତିବାଦ……