ରିପୋର୍ଟ କାର୍ଡ / ଭୁବନେଶ୍ୱର
ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ବିନା ପ୍ରତିଦ୍ବନ୍ଦ୍ୱିତାରେ ଦିଲୀପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିଲା | ଅନ୍ୟ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଦିଲୀପ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସଭାପତି ଭାବେ ନିର୍ବାଚି ହୋଇଛନ୍ତି | ଗତ ରବିବାର ଦିନ ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ଦିଲୀପ ତିର୍କୀ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ। ଉଲ୍ଲେଖ ଯୋଗ୍ୟ- ଚଳିତ ବର୍ଷ ଅଗଷ୍ଟରେ ହକି ଇଣ୍ଡିଆ ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା । ବିହାର ସରକାରଙ୍କ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ହେଉଛନ୍ତି ଅଜୟ ନାୟକ ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..