ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ବୁଦ୍ଧିବଳରେ ସର୍ବଜୟୀ ହେବେ। ନିଧିପ୍ରାପ୍ତିର ସୂଚନା ମିଳୁଛି। ଚିତ୍ତ ସନ୍ତୁଷ୍ଟ ହେବ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ଶୁଭରଙ୍ଗ ଲାଲ୍। ଶୁଭ ସଂଖ୍ୟା ୯। ଯାତ୍ରା ଶୁଭ ହେବ।
ବୃଷ : ବହୁ ମିତ୍ର ଓ ଆତ୍ମଜମାନଙ୍କ ସହିତ ସୁଖଭୋଗ କରିପାରନ୍ତି। କୁଳ ପ୍ରଧାନ ହେବା ଆଶା କରାଯାଏ। ସଦାସର୍ବଦା ବିନୟ ସ୍ବଭାବର ହୋଇପାରନ୍ତି। ଶୁଭ ସଂଖ୍ୟା ୨ ଓ ଶୁଭ ରଙ୍ଗ ଧଳା।
ମିଥୁନ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶାନ୍ତି, ସନ୍ତୋଷ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି। ଶୁଭସଂଖ୍ୟା ୫ ଓ ଶୁଭ ରଙ୍ଗ ସବୁଜ।
କର୍କଟ : ସ୍ବଅର୍ଜିତ ଧନ ଭୋଗ କରିବେ। ଶ୍ରେଷ୍ଠାସନରେ ଆସୀନ ହେବେ କିମ୍ବା ସେହି ବ୍ୟକ୍ତିବିଶେଷଙ୍କର ପରାମର୍ଶଦାତା ହେବେ। ମନରେ ସନ୍ତାନ ଲାଳସା ଜାଗ୍ରତ ହେବ। ଶୁଭ ସଂଖ୍ୟା ୨ ଓ ଶୁଭ ରଙ୍ଗ ଧଳା।
ସିଂହ : ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ମୁଖମଣ୍ଡଳର ଆଭା ଶୋଭନୀୟ ହେବ। ଧର୍ମଧ୍ବଜାଧାରୀ ହେବେ। ଶ୍ରେଷ୍ଠ ପଦପଦବୀର ଅଧିକାରୀ ହୋଇପାରନ୍ତି। ଶୁଭ ସଂଖ୍ୟା ୧ ଓ ଶୁଭ ରଙ୍ଗ ଗୋଲାପି।
କନ୍ୟା : ବାଧାବିଘ୍ନକୁ ଏଡ଼ାଇ ଚଲାପଥକୁ ବେଗଗାମୀ କରିପାରନ୍ତି। ଉନ୍ନତି ମୂଳକ କାର୍ଯ୍ୟରେ ସମ୍ପୃକ୍ତି ରହିବ। ଦେବଦର୍ଶନ କରି ସନ୍ତୁଷ୍ଟ ହେବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଶୁଭ ସଂଖ୍ୟା ୫, ଶୁଭ ରଙ୍ଗ ସବୁଜ।
ତୁଳା : ସନ୍ମାର୍ଗୀ ହେବେ। ଉତ୍ତମ ବକ୍ତାଭାବେ ପୁରସ୍କୃତ ହୋଇପାରନ୍ତି। ଚକ୍ଷୁ ଯୁଗଳ ଆକର୍ଷଣୀୟ ହେବ। ପ୍ରମଦାପ୍ରିୟ ହେବେ। ଗୁରୁ ପଦବାଚ୍ୟ ହୋଇପାରନ୍ତି। ଧନବାନ୍ ହେବେ। ଶୁଭ ସଂଖ୍ୟା ୬ ଓ ଶୁଭ ରଙ୍ଗ ଧଳା।
ବିଛା : ଧନ, ରତ୍ନ ପ୍ରାପ୍ତିର ସୂଚନା ମିଳୁଛି। କୃଷିକର୍ମକୁ ପ୍ରାଧାନ୍ୟ ଦେବେ। ରାଜସୁଖ ଭୋଗ କରିପାରନ୍ତି। ପୂଜ୍ୟପୂଜା ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମହିମାମୟ ହୋଇପାରନ୍ତି। ଶୁଭସଂଖ୍ୟା ୯, ଶୁଭ ରଙ୍ଗ ଲାଲ୍।
ଧନୁ : ମହନୀୟ ଅଭୀଷ୍ଟ ପୂରଣ ପାଇଁ ପ୍ରଯତ୍ନଶୀଳ ହେବେ। ଆତ୍ମୀୟସ୍ବଜନ, ପ୍ରଣୟୀ ଓ ବନ୍ଧୁବାନ୍ଧବମାନଙ୍କୁ ସେବାଧର୍ମରେ ଅନୁପ୍ରାଣୀତ କରିପାରନ୍ତି। ଶୁଭ ସଂଖ୍ୟା ୩ ଓ ଶୁଭରଙ୍ଗ ହଳଦୀ।
ମକର : ରାଜତୁଲ୍ୟ ହୋଇପାରନ୍ତି। ବେଶାଦିରେ ଆଧିପତ୍ୟ ବିସ୍ତାର କରିପାରନ୍ତି। ଅନ୍ୟକୁ ଅପବାଦ ଦେବାରେ ପଶ୍ଚାତ୍ପଦ ହେବେ ନାହିଁ। ନିଜ ଛାଇକୁ ଭୟ କରିବେ। ଶୁଭ ସଂଖ୍ୟା ୪ ଓ ଶୁଭ ରଙ୍ଗ କଳା।
କୁମ୍ଭ : ବହୁ ଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ପତ୍ନୀ ଧୀର ସ୍ଥିର, ପତିବ୍ରତା, ଦେବ ବ୍ରାହ୍ମଣ ସଙ୍ଗଯୁକ୍ତା, ଧର୍ମଜ୍ଞ ଓ ସଂଶୟମନା ହୋଇପାରନ୍ତି। ଶୁଭ ସଂଖ୍ୟା ୮ ଓ ଶୁଭ ରଙ୍ଗ କଳା।
ମୀନ : ଆତ୍ମବଳରେ ବଳୀୟାନ୍ ହୋଇପାରନ୍ତି। ନୈତିକତା ବୃଦ୍ଧି ହେବ। ଚିନ୍ତାଧାରା ଉନ୍ନତମାନର ହେବ। ପୁତ୍ର, ପତ୍ନୀ, ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତ ହେବେ। ଶୁଭ ସଂଖ୍ୟା ୩ ଓ ଶୁଭ ରଙ୍ଗ ହଳଦୀ।






More Stories
ସତର୍କରେ ଚଳିବାକୁ ପଡ଼ିବ……
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଯାନବାହନ ସୁଖ ମିଳିବ……