ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ବନ୍ଧୁ ଓ ସରକାରୀ ସହାୟତା ପାଇ ଲାଭବାନ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ଶୁଭଦାୟକ ହେବ ା ବିଦ୍ୟାବାନ, ଯଶସ୍ବୀ ଓ ବିଳାସୀ ହେବେ। ନିର୍ଭୟରେ କାର୍ଯ୍ୟ ସଂପାଦନ କରିବେ। ପ୍ରତିଷ୍ଠା ଅର୍ଜନ କରିବେ।
ବୃଷ : ବହୁ ବିଦ୍ୟା ପାରଙ୍ଗମ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହୋଇପାରନ୍ତି।
ମିଥୁନ : ଇଷ୍ଟପ୍ରାପ୍ତିର ସୁଯୋଗ ହାସଲ କରିପାରନ୍ତି। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ପରିଚାଳିତ ହେଉଥିବାବେଳେ କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିବ।
କର୍କଟ : ମନ ପ୍ରସନ୍ନ ରହିବ। ଉନ୍ନତିକର କାର୍ଯ୍ୟରେ ନିଜକୁ ନିୟୋଜିତ କରି କୃତକାର୍ଯ୍ୟ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସତ୍ସଙ୍ଗରୁ ଶାନ୍ତି ପାଇବେ। ସରକାରୀ ସ୍ତରରୁ ଲାଭବାନ ହେବେ।
ସିଂହ : ଧର୍ମ-କର୍ମ ସଂପାଦନ କରିପାରନ୍ତି। ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି। ଚିନ୍ତାମୁକ୍ତ ହେବେ। ପରୋପକାର ଓ ନିଜ ପରାକ୍ରମରୁ ଧନପ୍ରାପ୍ତ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ।
କନ୍ୟା : ସଂଗୀତ ନିପୁଣ ହୋଇପାରନ୍ତି। ଯଥାର୍ଥବାଦୀ ହେବେ। କର୍ମପଟୁ ହେବେ। କାବ୍ୟେବତ୍ତା, ଭୋକ୍ତା ଓ ଦାତା ହୋଇପାରନ୍ତି। ପୁତ୍ର ଓ ଧନଯୁକ୍ତ ହେବେ। ଧୀର ସ୍ବଭାବ ଓ ସତ୍ ଚରିତ୍ରର ହେବେ। ସୁଖୀ ହେବେ।
ତୁଳା : କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ନିରବ ସାଧକ ହେବେ। ମଧୁର ଭାଷାରେ ମନର ଆବେଗକୁ ବ୍ୟକ୍ତ କରିପାରନ୍ତି। ବ୍ୟୟଭାର ଅଧିକ ହେବ।
ବିଛା : ମହାକ୍ରମୋ, ମହାକର୍ମା ଓ ମହାତେଜା ହୋଇପାରନ୍ତି। ଜ୍ଞାନପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।
ଧନୁ : ଆୟ ଆଶାନୁରୂପ ହେବ। ଶୁଭକାର୍ଯ୍ୟ ସଂପାଦିତ ହେବ। ଜ୍ଞାନର ପ୍ରଦୀପ ଜଳାଇ ଅଜ୍ଞାନ ଅନ୍ଧକାରକୁ ଆଲୋକିତ କରିପାରନ୍ତି। ବାଣିଜ୍ୟ କାରବାର ଲାଭପ୍ରଦ ହେବ। ପାରିବାରିକ ସ୍ନେହଶ୍ରଦ୍ଧା ରହିବ।
ମକର : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରିପାରନ୍ତି।
କୁମ୍ଭ : ବିଲୁପ୍ତ ଭାଷା ସାହିତ୍ୟକୁ ଉଦ୍ଧାର କରି ଚଳନ୍ତା ବିଶ୍ବକୋଷ ଭାବେ ନିଜକୁ ପ୍ରତିପାଦିତ କରିପାରନ୍ତି। ଶ୍ରମ ଓ ନିଷ୍ଠାର ମହତ୍ତ୍ବ ଉପଲବ୍ଧ ହେବ। ପାପ, ତାପ, ପରିହାରକ ହୋଇପାରନ୍ତି। ଯାନବାହନରେ ସତର୍କତା ଆବଶ୍ୟକ।
ମୀନ : ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସେବା କ୍ଷେତ୍ରରେ ସମର୍ପିତ ଜୀବନଯାପନ କରିବେ। ସତ୍ସଙ୍ଗରୁ ଶାନ୍ତି ପାଇବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଈପ୍ସିତ ପଦାର୍ଥ ମିଳିପାରେ।






More Stories
ସତର୍କରେ ଚଳିବାକୁ ପଡ଼ିବ……
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଯାନବାହନ ସୁଖ ମିଳିବ……