ରିପୋର୍ଟ କାର୍ଡ / କଟକ
ଜୋବ୍ରା ଆନିକଟରେ ଏକ ହାତୀର ମୃତଦେହ ଲାଗି ରହିଛି। ହାତୀପଲ ମହାନଦୀ ପାର୍ ହେଉଥିବା ବେଳେ ଏକ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ହାତୀ ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ ଏସିଏଫ ବିଜୟ କୁମାର ପରିଡ଼ା ଓ ବିଭାଗୀୟ ଅଧିକାରୀ ଜୋବ୍ରା ବ୍ରିଜ ଉପରେ ପହଞ୍ଚିଥିଲେ। ଯୋବ୍ରା ବ୍ୟାରେଜର ୧୭ ନଂ ଗେଟରେ ଏକ ହାତୀର ମୃତଦେହ ଚାପି ହୋଇରହିଥିଲା । ଏହାପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ଟି ଡଙ୍ଗା ସାହାଯ୍ୟରେ ହାତୀର ମୃତଦେହକୁ ବାନ୍ଧି କୂଳକୁ ଅଣାଯାଇଛି। ଏନେଇ କଟକ ଏସିଏଫ ସୂଚନା ଦେଇ କହିଛନ୍ତି କି ଏହି ହାତୀପଲ ଆଠଗଡ଼ରୁ ଆସିଛନ୍ତି ସେମାନେ ଗୌଦ୍ୱାରରେ ଦେଇ ଜଗତପୁର ପଳାଇ ଆସିଥିବା ଅନୁମାନ କରାଯାଉଛି। ଏବେ ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ସତର୍କ କରାଯାଉଛି। ସୂଚନାଯୋଗ୍ୟ, ଗତ ରାତିରେ ଜଗତପୁରରେ ହାତୀପଲ ପଶି ଆସି ଉତ୍ପାତ କରିଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଓ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଏଥିସହ ଆଉ ଜଣେ ବୃଦ୍ଧ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କ ଏସସିବିରେ ଭର୍ତ୍ତି କରାଯାଇଥିଲା |






More Stories
ଖୁବ୍ଶୀଘ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ !…..
ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା…..
ଝଡ଼ବର୍ଷା ସମ୍ଭାବନା….