ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପବିତ୍ର ଦଶହରା ଅବସରରେ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡର ଚମୋଲିରେ ଥିବା ଔଲି ମିଲିଟାରି ଷ୍ଟେସନ୍ର୍ ଶସ୍ତ୍ର ପୂଜା କରିଛନ୍ତି। ଏହି ଅବସରରେ କହିଛନ୍ତି ଭାରତ ଏକ ମାତ୍ର ଦେଶ ଯେଉଁଠି ଶସ୍ତ୍ରପୂଜା କରାଯାଏ। ସେ କହିଛନ୍ତି ‘’ ଆମର ବିଶ୍ୱାସ ଅଛି ଯେ, ଆମ ଦେଶ ସଶସ୍ତ୍ର ବାହିନୀମାନଙ୍କ ହାତରେ ସୁରକ୍ଷିତ ରହିଛି। ଆମର ସଶସ୍ତ୍ର ବାହିନୀ ଓ ଅର୍ଦ୍ଧସୈନିକ ବାହିନୀର ଯବାନମାନେ ଆମ ଦେଶର ଗୌରବ। ଖବର ସରବରାହ ସଂସ୍ଥା ଏଏନଆଇ ଦ୍ୱାରା ଶେୟାର୍ କରାଯାଇଥିବା ଏକ ଭିଡିଓରେ ରାଜନାଥ ସିଂହ ମନ୍ତ୍ର ଉଚ୍ଚାରଣ ସହିତ ସଶସ୍ତ୍ର ଯବାନ୍ମାନଙ୍କ ଉପସ୍ଥିତିରେ ଶସ୍ତ୍ର ପୂଜା କରୁଥିବା ଦେଖାଯାଇଛି। ଅନ୍ଯ ଏକ ଭିଡିଓରେ ଯବାନ୍ମାନେ ଦେଶାତ୍ମବୋଧକ ଗୀତ ଗାଉଥିବାର ଦେଖାଯାଇଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..