ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଥିବା ଜଣେ ପାଇଲଟ୍ଙ୍କୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ପାଇଲଟ୍ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି ସକାଳ ୧୦ଟା ବେଳେ ହେଲିକପ୍ଟରଟି ନିୟମିତ ଉଡାଣ ପାଇଁ ଟେକ୍ ଅଫ୍ କରିଥିଲା। ତେବେ ଏହାର କିଛି ସମୟ ପରେ ସେନା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ପାଇଲଟ୍ ଥିଲେ। ହେଲିକପ୍ଟର କ୍ରାଶ ହେବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥା ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଲେଫ୍ଟନାଣ୍ଟ କର୍ଣ୍ଣଲ ସୌରଭ ଯାଦବ ଗୁରୁତର ରୂପେ ଆହତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ପାଇଲଟ୍ଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କ ଚିକିତ୍ସା ଜାରି ରହିଥିବା ସେନା ପକ୍ଷରୁ ସୂଚନା ମିଳିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..