ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ମିଳିଛି | ଅଗ୍ନିଶମ ବାହିନୀ ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳରେ ଥିବା ପୂଜା କମିଟିକୁ ଅନୁମତି ଦେଇଛି । ଏହାପରେ କମିଶନରେଟ୍ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ । ରାବଣ ପୋଡି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ପୋଲିସ ଓ ଅଗ୍ନିଶମ ବାହିନୀ । ବୁଧବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାବଣ ପୋଡି ନେଇ ପ୍ରସ୍ତତି ସରିଥିଲା । ହେଲେ ଅଗ୍ନିଶମ ବାହିନୀ କିମ୍ବା କମିଶନରେଟ୍ ପୋଲିସ ପକ୍ଷରୁ କାହାରିକୁ ଅନୁମତି ଦିଆଯାଇଥିଲା । ଆଉ ଏବେ ଅଗ୍ନିଶମ ବାହିନୀର ତର୍ଜମା ପରେ ଭୁବନେଶ୍ୱରର ୪ଟି ସ୍ଥାନରେ ରାବଣ ପୋଡିକୁ ଅନୁମତି ଦେଇଛି ଅଗ୍ନିଶମ ବାହିନୀ ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..