ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ମହିଳା ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ମାମଲାରେ ଡିସିପି ପ୍ରତୀକ ସିଂହ ଘଟଣା ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଯୁବତୀଙ୍କୁ ଦେହ ବେପାରରେ ସାମିଲ କରି ବଡ଼ବଡ଼ିଆଙ୍କୁ ବ୍ଲାକମେଲ୍ କରିବା ଘଟଣାର ସୂତ୍ରଧର ହେଉଛନ୍ତି ଅର୍ଚ୍ଚନା। ସେ ହିଁ ମାଷ୍ଟରମାଇଣ୍ଡ୍। ଏହି ମାମଲାରେ ସବୁ ଦିଗରୁ ତଦନ୍ତ କରାଯାଉଛି। ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଚାରିଟି ଫୋନ୍, ୨ଟି ଟାବଲେଟ୍, ଲାପଟପ୍, ଗୋଟିଏ ପେନଡ୍ରାଇଭ୍, ପାସବୁକ୍ ଓ କିଛି ଜରୁରୀ କାଗଜପତ୍ର ଜବତ ହୋଇଥିଲା। ସେସବୁ ସାମଗ୍ରୀର ଯାଞ୍ଚ ପାଇଁ ରସୁଲଗଡ଼ସ୍ଥିତ ଏସ୍ଏଫ୍ଏସ୍ଏଲକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ଅନେକ ତଥ୍ୟ ଓ ପ୍ରମାଣ ମିଳି ପାରିବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି। ଅର୍ଚ୍ଚନାଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ, ଫିକ୍ସ ଡିପୋଜିଟ୍କୁ ଅଚଳ (ଫ୍ରିଜ୍) କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖାଯାଇଛି। ଗତ ୫ବର୍ଷ ମଧ୍ୟରେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ତଥ୍ୟ ମଗାଯାଇଛି। ସେହିପରି ତାଙ୍କର ସତ୍ୟବିହାର ଘର, ନଖରାରେ ଥିବା ଫାର୍ମହାଉସ୍ କିମ୍ବା ଅନ୍ୟ ସ୍ଥାନରେ ଥିବା ପ୍ଲଟ୍ର ତଥ୍ୟ ପାଇଁ ସରକାରୀ ସ୍ତରରେ କାଗଜପତ୍ର ସଂଗ୍ରହ କରାଯାଉଛି। ସେକେଣ୍ଡ ହ୍ୟାଣ୍ଡ ସୋ’ରୁମ୍ ବ୍ୟତୀତ ତାଙ୍କର ଯଦି ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟ ରହିଛି, ସେ ସମ୍ପର୍କରେ ଜଣାଇବାକୁ ରେଜିଷ୍ଟ୍ରାର୍ ଅଫ୍ କମ୍ପାନିଜ୍କୁ ଚିଠି ମଧ୍ୟ କରାଯାଇଛି। ତଥ୍ୟ ମିଳିବା ପରେ ସବୁତକ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ସିଲ୍ କରାଯିବ। ଣେ ଯୁବତୀଙ୍କ ବିଶ୍ବାସରେ ବିଷ ଦେଇ ଅର୍ଚ୍ଚନା ତାଙ୍କ ଜୀବନ ନଷ୍ଟ କରିଛନ୍ତି। ଉକ୍ତ ଯୁବତୀଙ୍କ ଭଳି ଅର୍ଚ୍ଚନାଙ୍କ ଦ୍ବାରା ଯଦି ଅନ୍ୟ କେହି ବ୍ଲାକମେଲର ଶିକାର ହୋଇଛନ୍ତି, ସେମାନେ ନିର୍ଦ୍ବନ୍ଦ୍ବରେ କମିସନରେଟ୍ ପୁଲିସ ନିକଟରେ ଅଭିଯୋଗ କରିବାକୁ ଡିସିପି କହିଛନ୍ତି। ସେମାନଙ୍କ ପରିଚୟ ସଂପୂର୍ଣ୍ଣ ଗୋପନ ରଖାଯିବ।
More Stories
ଶ୍ରୀମୟୀଙ୍କ ଘରଜ୍ୱାଇଁ ଉପାଖ୍ୟାନ…..
ଏସ୍ଆଇ ପରୀକ୍ଷା କେଳେଙ୍କାରୀ:ଓପିଆରବି ଅଧ୍ୟକ୍ଷକଙ୍କ ଜରୁରୀ ବୈଠକ…..
ଦିଲ୍ଲୀ ଯିବେ ମୋହନ-ମନମୋହ……