ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି | ଆଜି ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ଅକ୍ଟୋବର ୨ ତାରିଖରୁ ଆଇସିୟୁରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଆଜି ଦେହାନ୍ତ ହୋଇଯାଇଥିବା କଥା ଟୁଇଟ୍ କରି ପୁତ୍ର ଅଖିଳେଶ ଯାଦବ ସୂଚନା ଦେଇଛନ୍ତି। ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା।ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଥିଲା। ରାଜନେତା ମୁଲାୟମ୍ ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରତିରକ୍ଷାମନ୍ତ୍ରୀ ଥିଲେ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..