ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭରୁଚରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନକ୍ସଲମାନେ ଏକ ନୂଆ ରୂପରେ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଗୁଜରାଟରେ ନକ୍ସଲବାଦକୁ ପ୍ରବେଶ କରାଇ ଦେଇନଥିବାରୁ ଆଦିବାସୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସହରୀ ନକ୍ସଲମାନେ ବର୍ତ୍ତମାନ ଯୁବପିଢ଼ିମାନଙ୍କୁ ଏକ ନୂଆ ରୂପରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅନେକ ରାଜ୍ୟରେ ନକ୍ସଲମାନେ କିପରି ଯୁବପିଢ଼ିମାନଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରି ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି। ସହରୀ ନକ୍ସଲମାନଙ୍କ ପଛରେ ବିଦେଶୀ ଶକ୍ତି ଅଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଥିଲେ ଯେ, ଆପଣଙ୍କ ସହ କଥାହେବା ବେଳେ ମୋତେ ସେହି ଦିନଗୁଡିକ ମନେ ପଡ଼ିଯାଉଛି ଯେତେବେଳେ କିଛି ଲୋକ ଭରୁଚର ବିକାଶକୁ ରୋକିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲେ। ଭରୁଚ ଅଙ୍କଲେଶ୍ୱରରେ ଶିଳ୍ପ ପ୍ରତିଷ୍ଠା, ବିସ୍ତାରରେ ବଡ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଥିଲେ। ଯେତେବେଳେ କେନ୍ଦ୍ରରେ ଆମ ସରକାର ଗଠନ ହେଲା, ସେତେବେଳେ ଗୁଜରାଟକୁ ନରେନ୍ଦ୍ର ଏବଂ ଭୂପେନ୍ଦ୍ରଙ୍କ ଡବଲ ଇଞ୍ଜିନର ଶକ୍ତି ମିଳିଲା, ତା’ପରେ ଆମେ ମିଶି ସମସ୍ତ ପ୍ରତିବନ୍ଧକ ହଟାଇଲୁ। ନକ୍ସଲବାଦୀ ମାନସିକତା ରଖୁଥିବା ବ୍ୟକ୍ତିମାନେ ସର୍ଦ୍ଦାର ସରୋବର ଡ୍ୟାମକୁ ରୋକିବା ପାଇଁ ଅନେକ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କୁ ସଫଳତା ମିଳିନଥିଲା। ବର୍ତ୍ତମାନ ସହରୀ ନକ୍ସଲମାନେ ଏକ ନୂତନ ରୂପରେ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ମୋଦୀ କହିଛନ୍ତି |






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..