ରିପୋର୍ଟ କାର୍ଡ / ଯାଜପୁର
ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ | ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଓ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଖବର ଅନୁଯାୟୀ, ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ ମାହାପାତ୍ର ଠାରୁ ୧୨, ୬୦୦ ଟଙ୍କା ଲାଞ୍ଚ ନେଉଥିଲେ ଦୁଇ ଜଣ । ଯାହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଭିଜିଲାନ୍ସ ଟିମ୍ । ଲାଞ୍ଚ ନେବା ସମୟରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀକୁ ଗିରଫ କରିଛି କଟକ ଓ ଯାଜପୁରର ଭିଜିଲାନ୍ସ ଟିମ୍ ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..