ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ୪୧୨ଟି ନୂଆ ଡାକଘର । ଆସନ୍ତା ୧୨ ତାରିଖରୁ ଏହାର ବୁକିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତାବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ । ଇଣ୍ଡିଆ ପୋଷ୍ଟାଲ ୱେବସାଇଟରେ ବୁକିଂ ସରିବା ପରେ ଡାକ କର୍ମଚାରୀ ଘରୁ ଆସି ଚିଠି ନେଇଯିବ । ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ନ୍ୟାସନାଲ ପୋଷ୍ଟାଲ ୱିକ୍ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଓଡ଼ିଶାର ବରପୁତ୍ରଙ୍କ ନାମରେ ସ୍ୱତନ୍ତ୍ର ଡାକ ଟିକେଟ ପ୍ରଚଳନ କରାଯିବ ବୋଲି ଡାକସେବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର ବଢ଼ିଚାଲିଥିବା ବେଳେ ହାତଲେଖା ଚିଠି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଅନ୍ୟପକ୍ଷରେ କମର୍ସିଆଲ ଚିଠି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ୨ ଲକ୍ଷ ସ୍ପିଡ୍ ପୋଷ୍ଟ ହେଉଥିବା ବେଳେ ୧୦ ଲକ୍ଷ ସାଧାରଣ ପୋଷ୍ଟ ହେଉଛି । ଏହି ନୂଆ ପଦକ୍ଷେପ ଫଳରେ ଆଗାମୀ ଦିନରେ ଡାକସେବା ଆହୁରି ତ୍ୱରାନ୍ୱିତ ହେବ । ଯେଉଁ ଅଞ୍ଚଳରେ ଡାକ ସେବା ନାହିଁ ସେଠାରେ ଡାକଘର ଖୋଲାଯିବ । ପ୍ରତି ୫ କିମି ବ୍ୟବଧାନରେ ଡାକସେବା ଖୋଲାଯିବ । ପ୍ରତ୍ୟେକ ପୋଷ୍ଟ ଅଫିସରେ କୋର ବ୍ୟାଙ୍କିାଂ ସୁବିଧାକୁ ଗୁରୁତ୍ୱ ଦିଆଯିବ ।
More Stories
ପୋଲିସ SI ପରୀକ୍ଷା ସ୍କାମ୍ : ଧରାପଡିଲା ମାଷ୍ଟରମାଇଣ୍ଡ!…..
ଓଡିଶାକୁ ମିଳିଲା ଟିକସ ହସ୍ତାନ୍ତରର ଅଗ୍ରୀମ କିସ୍ତି ୪୬୦୧ କୋଟି…..
ଜେଲରୁ କଏଦୀ ଚମ୍ପଟ:ଦୁଇ ୱାର୍ଡର ନିଲମ୍ବିତ…..