ରିପୋର୍ଟ କାର୍ଡ / ଧାମନଗର
ଧାମନଗର ଉପନିର୍ବାଚନ ପାଇଁ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଜି ସୂରଜ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେପିର ବରିଷ୍ଠ ନେତାଙ୍କ ସମେତ ତାଙ୍କ ଭଉଣୀ ଉପସ୍ଥିତ ରହିଥିଲେ। ନାମାଙ୍କନ ପୂର୍ବରୁ ସୂର୍ଯ୍ୟବଂଶୀ ସୂରଜ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ କୁଆଁସ ସ୍ଥିତ ବାସଭବନରେ ନିଜ ବାପା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବାକୁ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..