ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆତଙ୍କୀ ମାନଙ୍କର ଷଡଯନ୍ତ୍ର କୁ ପଣ୍ଡ କରିଛନ୍ତି ଭାରତର ସୁରକ୍ଷାକର୍ମୀ । ୧୦ ଦିନ ଭିତରେ ପଞ୍ଜାବ ପୋଲିସ ୫ ଆତଙ୍କୀ ମଡ୍ୟୁଲ ବଷ୍ଟ କରିଥିବା ବେଳେ ୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାଯାଇଛି । ସେହିପରି ଉତ୍ତରପ୍ରଦେଶରେ ଏଟିଏସ ମଧ୍ୟ ୮ ଜଣ ଆତଙ୍କୀମାନଙ୍କୁ ଗିରଫ କରିଥିବା ବେଳେ ଉତ୍ତରାଖଣ୍ଡରେ ଆତଙ୍କବାଦୀ ସଂଗଠନ ସହ ଜଡିତ ୨ ଜଣ ଗିରଫ ହୋଇଛନ୍ତି । ତେବେ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରୀୟ ଯାଞ୍ଚ ଏଜନ୍ସି ଟେରର ଫଣ୍ଡିଙ୍ଗ ମାମଲାରେ ପୁଂଛ ଜିଲ୍ଲା ମେଣ୍ଢର ଏବଂ ଶୋପିୟାରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି । ପଞ୍ଜାବ ପୋଲିସ ବଷ୍ଟ କରିଥିବା ୫ ଆତଙ୍କୀ ମଡ୍ୟୁଲ ଭିତରୁ ପ୍ରଥମଟି ଅକ୍ଟୋବର ୨ ତାରିଖ ବିଦେଶରେ ଥିବା ଆତଙ୍କୀ ଅର୍ଶ ଢଲା ସହିତ ସମ୍ପର୍କ ରହିଥିଲା । ଏଥିରେ ଗିରଫ ୨ ଆତଙ୍କୀଙ୍କ ପାଖରୁ ଗୋଟିଏ ଏକେ-୪୭ ଏବଂ ୨ଟି ମାଗାଜିନ ଜବତ ହୋଇଛି । ଏହାବ୍ୟତୀତ ହରପ୍ରୀତ ସିଂହ ମୋଗା ପୋଲିସ, ଅମୃତସର ପୋଲିସ ମଧ୍ୟ ଏଥିରେ ସଫଳତା ହାସଲ କରିଛି । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ମଧ୍ୟ ଅନେକ ପରିମାଣରେ ମାରଣାସ୍ତ୍ର, ରାଇଫଲ ଏବଂ ବୋମା ଜବତ ହୋଇଛି ।
More Stories
ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡି…..
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..