ରିପୋର୍ଟ କାର୍ଡ / କଟକ
୬୦ ଲକ୍ଷ ଟଙ୍କାର ଭାଙ୍ଗ ଜବତକରି ୨ ଜଣଙ୍କୁ ଗିରଫ କରିଛି କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ । ଗିରଫ ଦୁଇଜଣ ବିହାରର ଅଶୋକ ପାଶଓ୍ୱାନ ଓ ଯୋଗେନ୍ଦ୍ର ପାଶଓ୍ୱାନ୍ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଏକ କଣ୍ଟେନରେ ଭାଙ୍ଗ ଚୋରା ଚାଲାଣ ହେଉଥିଲା। ବିହାରରୁ ଚୋରାରେ ଭୁବନେଶ୍ୱର ଅଣାଯାଉଥିଲା ଭାଙ୍ଗ । ଯାହାର ଗୁଇନ୍ଦା ସୂଚନା ପାଇଥିଲା କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ । ଏହାପରେ କଟକ ଟାଙ୍ଗୀ ନିକଟରୁ ଭାଙ୍ଗ ଭର୍ତ୍ତି କଣ୍ଟେନରକୁ ଜବତ କରିଥିଲା ଅବକାରୀ ବିଭାଗ । ଏଥିରେ ପ୍ରାୟ ୬୦ ଲକ୍ଷ ଟଙ୍କାର ଭାଙ୍ଗ ଥିବା ଜଣାପଡିଛି । ଏହାସହିତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଚାଲିଛି । ତଦନ୍ତ ପରେ ସତ ପଦାକୁ ଆସିବ ବୋଲି ଜଣାପଡିଛି ।
More Stories
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..
ହାତୀଙ୍କ ପାଇଁ ଘର ତିଆରିବେ ସରକାର……