ରିପୋର୍ଟ କାର୍ଡ / କଟକ
୬୦ ଲକ୍ଷ ଟଙ୍କାର ଭାଙ୍ଗ ଜବତକରି ୨ ଜଣଙ୍କୁ ଗିରଫ କରିଛି କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ । ଗିରଫ ଦୁଇଜଣ ବିହାରର ଅଶୋକ ପାଶଓ୍ୱାନ ଓ ଯୋଗେନ୍ଦ୍ର ପାଶଓ୍ୱାନ୍ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଏକ କଣ୍ଟେନରେ ଭାଙ୍ଗ ଚୋରା ଚାଲାଣ ହେଉଥିଲା। ବିହାରରୁ ଚୋରାରେ ଭୁବନେଶ୍ୱର ଅଣାଯାଉଥିଲା ଭାଙ୍ଗ । ଯାହାର ଗୁଇନ୍ଦା ସୂଚନା ପାଇଥିଲା କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ । ଏହାପରେ କଟକ ଟାଙ୍ଗୀ ନିକଟରୁ ଭାଙ୍ଗ ଭର୍ତ୍ତି କଣ୍ଟେନରକୁ ଜବତ କରିଥିଲା ଅବକାରୀ ବିଭାଗ । ଏଥିରେ ପ୍ରାୟ ୬୦ ଲକ୍ଷ ଟଙ୍କାର ଭାଙ୍ଗ ଥିବା ଜଣାପଡିଛି । ଏହାସହିତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଚାଲିଛି । ତଦନ୍ତ ପରେ ସତ ପଦାକୁ ଆସିବ ବୋଲି ଜଣାପଡିଛି ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..