ରିପୋର୍ଟ କାର୍ଡ / କଟକ
ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦ୍ୱିତୀୟ ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହର ଭଳି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ। ଆସନ୍ତା ୧୪ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡିକର ତାଲିକା ପ୍ରଦାନ କରିବାକୁ ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ବସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ଥିବା କଲେଜ ଓ ଘରୋଇ ସ୍କୁଲଗୁଡିକୁ ପରୀକ୍ଷା କେନ୍ଦ୍ର କରାଯିବ। ଏହି ସ୍କୁଲର ତାଲିକା ଦେବାକୁ ଡିଇଓଙ୍କୁ କୁହାଯାଇଛି। ଉକ୍ତ ପରୀକ୍ଷା ପାଇଁ ଆସନ୍ତା ୧୯ ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ୨ଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ପେପର-୧ ନିମନ୍ତେ ୧୫୦ ମାର୍କ ରହିଥିବାବେଳେ ପେପର-୨ ଲାଗି ୯୦ ମାର୍କ ରହିଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..