ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୧୬ ମସିହାରେ ହୋଇଥିବା ବିମୁଦ୍ରୀକରଣ କୁନେଇ ସାମ୍ବିଧାନିକ ବୈଧତା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ଏସ୍. ଅବଦ୍ଦୁଲ ନଜିର, ଜଷ୍ଟିସ ବିଆର୍ ଗବଇ, ଜଷ୍ଟିସ ଏଏସ୍ ବୋପନ୍ନା, ଜଷ୍ଟିସ ବି ରାମାସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିବି ନାଗରତ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ନୋଟବନ୍ଦୀର ସାମ୍ବିଧାନିକ ବୈଧତା ନେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଆଉ ଏହି ପ୍ରଶ୍ନ ହେଉଛି, ସୁପ୍ରିମକୋର୍ଟଙ୍କୁ ଭବିଷ୍ୟତ ପାଇଁ କୌଣସି ଆଇନ୍ ପ୍ରଣୟନ କରିବାକୁ ପଡିବ ନାହିଁ କି | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ ଅନୁସାରେ ନୋଟବନ୍ଦୀ କରାଯାଇପାରିବ କି | ନୋଟବନ୍ଦୀ ପାଇଁ ଅଲଗା ଆଇନ୍ ଅଣାଯିବା ଜରୁରୀ କି ନୁହେଁ | ଏଥିସହ ଯେଉଁଭଳି ଭାବେ ନୋଟବନ୍ଦୀ କରାଯାଇଥିଲା, ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଖଣ୍ଡପୀଠର ନେତୃତ୍ୱ ନେଉଥିବା ଜଷ୍ଟିସ ନଜିର ପ୍ରଶ୍ନ କରିଥିଲେ, ଏବେ ଏହି ମାମଲାରେ ଆଉ କିଛି ରହିଛି କି | ସେହିପରି ଜଷ୍ଟିସ ଗବଇ କହିଥିଲେ, ଯଦି ଏହି ମାମଲାରେ କିଛି ନାହିଁଁ ତେବେ ଆମେ କାହିଁକି ଆଗକୁ ବଢିବା |ମାମଲାରେ କିଛି ଏକାଡେମିକ ପ୍ରସଙ୍ଗକୁ ଛାଡିଦେଲେ କିଛି ଗୁରୁତ୍ୱପୂର୍ଣ୍ଣ ନଥିବାରୁ ୫ ଜଣିଆ ଖଣ୍ଡପୀଠ ବସିବା ଜରୁରୀ ନୁହେଁ ବୋଲି ବିଚାରପତି କହିଥିଲେ। ବିମୁଦ୍ରୀକରଣ ବିରୋଧରେ ପୂର୍ବରୁ ଆବେଦନକାରୀଙ୍କ ପକ୍ଷରୁ ଆଗତ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାରେ ଆଉ କିଛି ନାହିଁ ବୋଲି କହିଥିଲେ। କେବଳ ସେତିକି ନୁହେଁ, ବର୍ତ୍ତମାନ ଏହି ମାମଲା ପ୍ରଭାବହୀନ ହୋଇପଡିଥିବା କହିଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..