ରିପୋର୍ଟ କାର୍ଡ / ଭଦ୍ରକ
ଧାମନଗର ଉପ ନିର୍ବାଚନ ପାଇଁ ଆଜି କଂଗ୍ରେସ ପାର୍ଥୀ ନାମ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ। ଆଜି ଏଆଇସିସି ପକ୍ଷରୁ ହରେକୃଷ୍ଣଙ୍କ ନାଁ ଘୋଷଣା ହୋଇଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଥିଲା । ଏହାରି ମଧ୍ୟରେ କୁହାଯାଉଛି ଯେ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ଶରତ ଦାସଙ୍କ ନାମରେ ମୋହର ମାରିବା ନେଇ ଚର୍ଚ୍ଚା ହେଉଛି । ଶରତ ଦାସ ଏବଂ ସ୍ପନ୍ଦନ ମଲ୍ଲିକ ବିଜେଡିର ଦୁଇ ମୁଖ୍ୟ ଆଶାୟୀ ଥିବା ଜଣାପଡୁଛି |






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..