ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ପ୍ରଚାର ସମୟରେ ଉପହାର ଆକାରରେ ରାଜନୈତିକ ଦଳଗୁଡ଼ିକୁ ଶାଢ଼ି ଓ ସାର୍ଟ ବାଣ୍ଟିପାରିବେ ନାହିଁ । ନିର୍ବାଚନ ସମୟରେ ଏ ସମ୍ବନ୍ଧୀୟ ବିଜ୍ଞାପନ ପାଇଁ ସମସ୍ତ ରାଜନୈତିକ ଦଳ ସମାନ ସୁଯୋଗ ପାଆନ୍ତୁ ବୋଲି ଦୃଷ୍ଟିରେ ରଖି ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ | ଏହାଛଡ଼ା ନିର୍ବାଚନ ଆୟୋଗ ଆହୁରି ବି କହିଛନ୍ତି ଯେ ରାଜନୈତିକ ପ୍ରଚାର ପାଇଁ କୌଣସି ସରକାରୀ ବା ବେସରକାରୀ ଶିକ୍ଷାନୁଷ୍ଠାନ ପଡ଼ିଆକୁ ବ୍ୟବହାର କରାଯିବ ନାହିଁ। ଏହା ବ୍ୟତୀତ ଯଦି କୌଣସି ସାର୍ବଜନୀନ ସ୍ଥାନକୁ ବିଜ୍ଞାପନ ପ୍ରଦର୍ଶନ କରିବାକୁ ଉପଲବ୍ଧ କରାଯାଏ, ସେହି ସ୍ଥାନକୁ ଯଦି ପୂର୍ବରୁ କୌଣସି ବ୍ୟକ୍ତି କିମ୍ବା ଏଜେନ୍ସିକୁ ଆବଣ୍ଟନ କରାଯାଇଛି ତେବେ ନଗରପାଳିକା କର୍ତ୍ତୃପକ୍ଷଙ୍କ ଜରିଆରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଶ୍ଚିତ କରିବା ଉଚିତ ଯେ ସମସ୍ତ ରାଜନୈତିକ ଦଳକୁ ବିଜ୍ଞାପନ ପ୍ରଦର୍ଶନ ପାଇଁ ସମାନ ସୁଯୋଗ ମିଳିବା ଉଚିତ। କୌଣସି ବେସରକାରୀ ସ୍ଥାନରେ ଯଦି ସ୍ଥାନୀୟ ଆଇନ୍ କାନ୍ଥରେ ଲେଖିବା, ସ୍ଥାୟୀ ପୋଷ୍ଟର୍ ଲଗାଇବା କିମ୍ବା ସହଜରେ ଛଡ଼ାଇ ହେଉନଥିବା ପରି ବିଜ୍ଞାପନକୁ ଅନୁମତି ପ୍ରଦାନ କରୁନାହିଁ ତ ରାଜନୈତିକ ଦଳଗୁଡ଼ିକ ଜୋର୍ଜବରଦସ୍ତ ଏପରି କାର୍ଯ୍ୟ କରିପାରିବେ ନାହିଁ। ଏଥିପାଇଁ ସଂପତ୍ତିର ମାଲିକଙ୍କ ଅନୁମତି ବାଧ୍ୟତାମୂଳକ। ଏହାଛଡ଼ା ଆୟୋଗ ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ ବିଜ୍ଞାପନ ଜରିଆରେ କୌଣସି ପ୍ରକାରର ଉସୁକାଇବା କିମ୍ବା କୌଣସି ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ। ପ୍ରଚାର ସମୟରେ କୌଣସି ଦଳ ଦ୍ବାରା ମିଳିଥିବା ଟୋପି, ଫେସ୍ମାସ୍କ, ପନ୍ଧିବାର ଅନୁମତି ରହିଛି। ମାତ୍ର କୌଣସି ରାଜନୈତିକ ଦଳ ଶାଢ଼ି ଓ ସାର୍ଟ ଦେଇପାରିବେ ନାହିଁ।
More Stories
ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡି…..
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..