ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ । ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ ହୋଇଛନ୍ତି | ଡ୍ରାଇଭରର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ମୁତାବକ କଲିକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହୀ ବସ ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନ ରେ ଓଲଟି ୟପଡିଛି । ରାତି ପ୍ରାୟ ୩ ଟା ୫୦ ମିନିଟ ସମୟରେ ଡ୍ରାଇଭର ର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ବସଟି ଏଭଳି ଦୁର୍ଘଟଣାଗ୍ରସ୍ଥ ହୋଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..