ରିପୋର୍ଟ କାର୍ଡ / ଭଦ୍ରକ
ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ନାମାଙ୍କନ ଦାଖଲର ଶେଷ ଦିନରେ ନୋମିନେସନ ଫାଇଲ୍ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଏହି ଅବସରରେ ଆୟୋଜିତ ହେବ ଶୋଭାଯାତ୍ରା ଓ ବହୁ ବରିଷ୍ଠ ନେତା ଏଥିରେ ସାମିଲ ହେବେ। ଅନ୍ୟପଟେ ଧାମନଗରରେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି | ଗତକାଲି ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ବହୁ ହେଭିୱେଟଙ୍କ ସହ ଭଦ୍ରକ ବ୍ଲକ ପରିସରରେ ଥିବା ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯାଇ ନାମାଙ୍କନ ଭରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଗାଁକୁ ଗାଁ ବୁଲିବା ସହ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରୁଛନ୍ତି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..