ରିପୋର୍ଟ କାର୍ଡ / ଭଦ୍ରକ
ଧାମନଗର ଉପନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଜୋରଦାର । ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନଥିଲା | ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ଦୁଇ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି | ମଇଦାନରେ ଥିବା ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ପ୍ରାର୍ଥୀ ପ୍ରଚାରରେ ଲାଗି ପଡ଼ିଛନ୍ତି । ପ୍ରଚାରରେ ସବୁଠୁ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ନାମାଙ୍କନ ପତ୍ର ଦାଖଲ ପରଠାରୁ ସେ ଗାଁ ଗାଁ, ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଦଳୀୟ କର୍ମୀ ଓ ନେତା ପ୍ରତ୍ୟେକ ପଞ୍ଚାୟତରେ ରହି ପ୍ରଚାର ଚଳାଇଛନ୍ତି । ଅବନ୍ତୀ ନିଜେ ବିଭିନ୍ନ ସ୍ଥାନରେ ସଭା ସମିତି କରି ଭୋଟ୍ ମାଗୁଛନ୍ତି । କିନ୍ତୁ ବିଜେଡିର ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି |






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….