ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାର୍ବଣ ପାଇଁ ରେଲୱେ ଷ୍ଟେସନରେ ଲୋକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ରେଳ ବିଭାଗ କେତେକ ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିଛି । ଆଜି ସକାଳୁ ନୂଆ ଏବଂ ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି । ପାର୍ବଣ ଋତୁରେ ଅଧିକ ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରରୁ ମୁମ୍ବାଇର ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ରୁ ବଢ଼ାଇ ୫୦ ଟଙ୍କାକ କରାଯାଇଛି । ତେବେ ଏହି ମୂଲ୍ୟଗୁଡିକ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଶିବାଜୀ ସୂତାର ଶୁକ୍ରବାର ଦିନ କହିଛନ୍ତି ଯେ, ନୂଆ ଦର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ, ଦାଦର, ଲୋକମାନ୍ୟ ତିଲକ ଟର୍ମିନାସ, ଥାନେ, କଲ୍ୟାଣ ଏବଂ ପାନଭେଲରେ ଲାଗୁ ହେବ । ଏହି ଷ୍ଟେସନଗୁଡିକ ଦୀର୍ଘ ଦୂରତା ଟ୍ରେନ୍ ପାଇଁ ବ୍ୟସ୍ତବହୁଳ ସଂଯୋଗ ଏବଂ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..