ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଛି ଅନୁମତି । ଦୀର୍ଘ ୨ ବର୍ଷର ବ୍ୟବଧାନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା । ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ଡିସିପି ଅନୁମତି ଦେଇଥିବା ସୂଚନା ରହିଛି । ଏନେଇ ଭୁବନେଶ୍ୱର ବାଲିଯାତ୍ରା କମିଟି ସମ୍ପାଦକ ତପନ ବଳିୟାରସିଂ ସୂଚନା ଦେଇଛନ୍ତି । ତପନ ବଳିୟାରସିଂ କହିଛନ୍ତି ଯେ, ‘କୁଆଖାଇ ପଠାରେ ନଭେମ୍ବର ୮ରୁ ୧୬ ଯାଏଁ ଭୁବନେଶ୍ୱର ବାଲିଯାତ୍ରା ଚାଲିବ । ଏଥର ବାଲିଯାତ୍ରାରେ ୬୦୦ଟି ଷ୍ଟଲ ପଡ଼ିବ । କରୋନା ପାଇଁ ୨ ବର୍ଷ ହେଲା ବନ୍ଦ ରହିଥିଲା ଏହି ବାଲିଯାତ୍ରା ଆୟୋଜନ । ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ମିଳିବା ପରେ ରାଜଧାନୀବାସୀ ବେଶ୍ ଖୁସି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..