Report Card Odisha

| Daily Odia News

ଆଜି ଆଲୋକର ପର୍ବ ଦୀପାବଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟ ତିଥିକୁ ଦୀପାବଳି ମାନାଯାଇଥଏ | ଅମାବାସ୍ୟାର ଅନ୍ଧ କାରକୁ ଦୂରକରିବା ପାଇଁ ଆଲୋକର ଉତ୍ସ ଦୀପାବଳି ପାଳନ କରାଯାଇଥାଏ |  ଆଜି ହେଉଛି ଆଲୋକରପର୍ବ ଦୀପାବଳି | ଦୀପାବଳି ମାନେ ଦୀପ ମାନେ ପ୍ରକାଶ | ଦୀପ ମାନଙ୍କର ପଂକ୍ତିକୁ ଦୀପାବଳି ବୋଲି କୁହାଯାଏ | ଏହି ଦୀପାବଳିରେ ମା କାଳୀଙ୍କୁ ପୂଜା କରାଯାଇଥାଏ | ମା ଭଗବତୀ ଦୁର୍ଗାଙ୍କ ଉଗ୍ର ରୂପ ହେଉଛନ୍ତି ମା’କାଳୀ । ରାକ୍ଷସମାନଙ୍କ ବିନାଶ କରିବା ପାଇଁ ମା’ ଏହି ରୂପ ଧାରଣ କାରିଥିଲେ । ପୌରାଣିକ ମତ ରହିଛି କି ପଭୁ ରାମଚନ୍ଦ୍ର ଯେତେବେଳେ ରାବଣକୁ ବଦ୍ଧ କରି ଦେବୀ ସୀତା, ଭ୍ରାତା ଲକ୍ଷ୍ମଣ ପତ୍ନୀ ସୀତା ଏବଂ ଶିଷ୍ୟ ହନୁମାଙ୍କ ଧରି ଅଯୋଧ୍ୟା ଫେରି ଥିଲେ | ଏହାକୁ ଅଯୋଧ୍ୟା ବାସୀ ଆନନ୍ଦର ସହିତ ଭଗବାନ ରାମଙ୍କୁ ଆରତୀ କରି ସ୍ୱାଗତ କରିଥିଲେ | ଆଉ ଗୋଟେ କଥା ରହିଛି କି ଆଜିର ଦିନରେ ପଂଚୁ ପାଣ୍ଡଵ ନାମେ ହସ୍ତିନା ପୁରକୁ ଆଗମନ କରିଥିଲେ | ଏହି ଦୀପାବଳି ହେଉଛି ହିନ୍ଦୁ ଧର୍ମର ବଡ ପର୍ବ | ପୂର୍ବ ଦିନକୁ ଧନତେରାସ ବୋଲି କୁହାଯେ | ଏହି ଦିନ ମା ଲକ୍ଷ୍ମୀ ଏବଂ ଗଣେଶ ଙ୍କୁ ପୂଜା କରାଯାଇଥାଏ | ଅମାବାସ୍ୟା ଦିନ ପିତୃପକ୍ଷ | ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ | ପିତୃଲୋକଙ୍କ ଉଦ୍ଦେଶ୍ୟରେ  ଜଡ଼ବଡ଼ିଆ ଡକାଯିବାର ପରମ୍ପରା ରହିଛି। ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିନଥାନ୍ତି ସେମାନେ ଆଜିର ଦିନରେ ପିଣ୍ଡଦାନ କରିଥାନ୍ତି। ପିତୃ ଲୋକଙ୍କର ଆର୍ଶୀବାଦ ଲାଭ କରିଥାନ୍ତି |

Breaking News