ରିପୋର୍ଟ କାର୍ଡ / ପୁରୀ
ପୁରୀରେ ହବିଷିଆଳୀ ଭଗବାନଙ୍କ ଭଜନ କୀର୍ତ୍ତନ ବଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଭଜନ ଗାନ କରିଛନ୍ତି । ହବିଷିଆଳୀଙ୍କ ପାଇଁ ହୋଇଥିବା ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୁରୀ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ଉପସ୍ଥିତ ଥିବାବେଳେ ହବିଷିଆଳୀମାନେ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଭଜନ ଗାଇଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ବୃଦ୍ଧାଙ୍କର ଗଳା ମାଳି, ନବୀନ କରୁଣା ସାଗର ବୋଲି ଅଭିହିତ କରିଥିଲେ। ନବୀନ ସରକାରଙ୍କୁ ବ୍ରହ୍ମା, ବିଷ୍ଣୁ, ହରଙ୍କ ସହ ତୁଳନା କରିବା ସହିତ ଧନ୍ୟ ଧନ୍ୟ ବୋଲି କହିଥିଲେ ହବିଷିଆଳୀ। ରୀରେ ହବିଷିଆଳୀଙ୍କୁ ଶାଲ ବଣ୍ଟନ କରାଯାଇଥିଲା। ବୃନ୍ଦାବତୀ ନିବାସ ସମେତ ସମସ୍ତ ପାଞ୍ଚଟି କେନ୍ଦ୍ରରେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳୁ ହବିଷିଆଳୀଙ୍କୁ ଶାଲ୍ ବଣ୍ଟନ କରିଥିଲେ। ଚଳିତ ବର୍ଷ ହବିଷିଆଳୀ କେନ୍ଦ୍ରର ଉଦଘାଟନ ବେଳେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହି ଅନୁସାରେ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ରହୁଥିବା ହବିଷିଆଳୀମାନଙ୍କୁ ପୁରୀ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଶାଲ ପ୍ରଦାନ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ହବିଷିଆଳୀମାନେ ନବୀନ ନାଁରେ ଭଜନ ଗାଇଥିଲେ। ହବିଷ୍ୟାଳୀଙ୍କର ଏହି ଭଜନଙ୍କୁ ସମସ୍ତେ ଶୁଣିବା ସହ ତାଳି ମାରିଥିଲେ। ଏହି ଘଟଣା ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟି ଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ବିରୋଧ କରାଯାଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..