ରିପୋର୍ଟ କାର୍ଡ / ଚିଲିକା
ଚିଲିକା ମଝିରେ ଫସିଲା ଯାତ୍ରାବାହୀ ଡଙ୍ଗା । ଯାହାଫଳରେ ୪୦ରୁ ଅଧିକ ଯାତ୍ରୀ ଫସିରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ଖବର ଅନୁଯାୟୀ, ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଆସୁଥିଲା ଏକ ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅନେକ ଯାତ୍ରୀଙ୍କ ସହ ୧୫ଟି ବାଇକ ଲୋଡ ରହିଥିଲା । ତେବେ ଘାଟରୁ କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାର ମେସିନ ଖରାପ ହୋଇଯାଇଥିଲା । ଯାହାଫଳରେ ଡଙ୍ଗାଟି ଚିଲିକା ମଝିରେ ଫସିରହିଛି । ତେବେ ଫସିରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ସେହିପରି କିଛିଦିନ ତଳେ ମଝି ଦରିଆରେ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଫସିରହିଥିଲା । ଦୀର୍ଘ ସମୟ ପରେ ପ୍ରଶାସନ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଏମିତି ଥରେ ନୁହେଁ କି ଦୁଇଥର ନୁହେଁ ବାରମ୍ୱାର ମଝି ଚିଲିକାରେ ଫସି ରହୁଛି ଡଙ୍ଗା । ସେ ଯାନ୍ତ୍ରିକ ତ୍ରୁଟି ହେଉ ବା କୌଣସି କାରଣରୁ । କିନ୍ତୁ ଅନେକ ସମୟରେ ଯାତ୍ରୀମାନେ ହନ୍ତସନ୍ତ ହେବାର ନଜିର ରହିଛି ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..