ରିପୋର୍ଟ କାର୍ଡ / ନୂଆପଡ଼ା
କଲେଜ ଯାଉଥିବା ୨ ଛାତ୍ରଙ୍କୁ ଧକ୍କା ଦେଇଛି ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଏସ୍କର୍ଟ ଗାଡି। ଛାତ୍ର ୨ ଜଣ ଯନ୍ତ୍ରଣାରେ ରାସ୍ତାରେ ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ି ଫେରାର ହୋଇଯାଇଥିଲା। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ | ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁତର ଛାତ୍ରଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ୍ର ପିଏଚଡି ପଡ଼ାର ଜିତୁ ଦାସ ଓ ଯୋଗେଶ ପୋଡ଼ । ସେମାନେ ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି । ମିଳିଥିଲା ସୂଚନା ଅନୁସାରେ- ଆଜି ସକାଳେ ଜିତୁ ଓ ଯୋଗେଶ ଏକ ବାଇକ୍ରେ କଲେଜ ଯାଉଥିଲେ। ଏହି ସମୟରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଏସ୍କର୍ଟ ଗାଡି ନୂଆପଡ଼ାରୁ ଖରିଆରରୋଡ଼ସ୍ଥିତ ମନ୍ତ୍ରୀଙ୍କ ବାସଭବନକୁ ଯାଉଥିଲା । ଗୋତମା ଗାଁ ନିକଟ ରାଜପଥ ଉପରେ ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ବାଇକ୍କୁ ପିଟି ଦେଇଥିଲା। ଛାତ୍ର ୨ ଜଣ ତଳେ ପଡ଼ି ଯାଇଥିବା ବେଳେ ଏସକର୍ଟ ଗାଡ଼ିଟି ପଳାଇଥିଲା।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..