Report Card Odisha

| Daily Odia News

କମିଲା ଧବଳେଶ୍ୱର ଝୁଲାପୋଲର ଲୋକ ଯାତାୟତ କ୍ଷମତା…..

ରିପୋର୍ଟ କାର୍ଡ / କଟକ

ଗୁଜୁରାଟ ଝୁଲା ପୋଲ ଦୁର୍ଘଟଣା ପରେ କଟକ ପ୍ରଶାସନ ଆଠଗଡ଼ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ସୁରକ୍ଷା ଉପରେ ତତ୍ପରତା ପ୍ରକାଶ ପାଇଛି | ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣ ବେକ୍ଷଣ ଅଭାବରୁ ଏବେ ଏହାର କ୍ଷମତା ୬୦୦ ଶହ ଥିବା ବେଳେ ଆଜି ଏହାକୁ କମାଇ ମାତ୍ର ୨୦୦ ଲୋକ ଯାତାୟତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କଟକ ଧବଳେଶ୍ୱର ଝୁଲାପୋଲକୁ ନେଇ ଚିନ୍ତା ବଢ଼ିଛି । କାର୍ତ୍ତିକ ମାସ କାରଣରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଏହି ପୋଲ ଦେଇ ଯିବାଆସିବା କରୁଛନ୍ତି । ବର୍ଷବର୍ଷ ଧରି କ୍ଷମତାରୁ ଅଧିକ ଲୋକ ଯାତାୟତ କରୁଥିବାରୁ ଝୁଲାପୋଲରେ ଲାଗିଥିବା ଲୁହା କଡ଼ିଗୁଡ଼ିକ ଦୁର୍ବଳ ହୋଇଗଲାଣି । କୋଲ୍‌କାତାରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଧବଳେଶ୍ୱର ଝୁଲା ପୋଲ ଦୁର୍ବଳ ହୋଇଥିବା ସ୍ୱୀକାର କରିବା ସହ ତୁରନ୍ତ ମରାମତି ପାଇଁ ପରାମର୍ଶ ଦେଇଛି ।

Breaking News