Report Card Odisha

| Daily Odia News

ନିଲମ୍ବିତ ହେଲେ ଜେଲ୍‌ ୱାର୍ଡର…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ଉପ କାରାଗାରରେ ଚାଲିଥିଲା ନିଶା କାରବାର । କଏଦୀ ମାନଙ୍କୁ ନିଶା ଯୋଗାଉଥିଲେ ଜେଲ୍‌ର ଜଣେ କର୍ମଚାରୀ। ଏହାର ସତ୍ୟାସତ୍ୟ ଜାଣିବା ପରେ ରୀତା ମାଡ଼ିଆ ନାମ୍ନୀ ମହିଳା ୱାର୍ଡରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ । ପୂର୍ବରୁ ମାଲକାନଗିରି ଉପ କାରାଗାରରେ ବହୁ ମାତ୍ରାରେ ନିଶା କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହା ଉପରେ ନଜର ରଖିଥିଲେ ଜେଲ୍‌ ସୁପରିଟେଣ୍ଟେଣ୍ଡ। ସିସିଟିଭି ଫୁଟେଜକୁ ଯାଞ୍ଚ ବେଳେ ଜଣାପଡିଥିଲା କି ସିସିଟିଭି ଫୁଟେଜରେ ରୀତା ମାଡ଼ିଆ ନିଶା ଦ୍ରବ୍ୟ ନେଇ ଜେଲ୍‌ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା । ଏହା ବଦଳରେ ସେ ମୋଟା ଅଙ୍କର ଅର୍ଥ ବି ଆଦାୟ କରୁଥିଲେ। ଯାଞ୍ଚ ସମୟରେ ସବୁ ସତସାମ୍ନାକୁ ଆସିଥିଲା |

Breaking News