ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ନିର୍ବାଚନୀ ଉଷ୍ମତା ବଢ଼ିଯାଇଛି | ଏହାରି ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଇସୁଦାନ ଗଢୱୀ ହୋଇଛନ୍ତି ଆପ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।ଆଜି ବିଧିବଦ୍ଧ ଭାବେ ଇସୁଦାନ ଗଢୱୀଙ୍କ ନାଁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଇସୁଦାନ ଗଢୱୀ ୭୩ ପ୍ରତିଶତ ଲୋକଙ୍କ ପସନ୍ଦ ବୋଲି କେଜ୍ରିୱାଲ କହିଛନ୍ତି । ଉଲ୍ଲେଖ ଯୋଗ୍ୟ-ତେବେ ୨୯ ଅକ୍ଟୋବରରେ କେଜ୍ରିୱାଲ ସୁରତରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲେ କି, ଆପଣମାନେ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି | ଗୁଜରାଟରେ ‘ଆପ୍’ ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋପାଳ ଇଟାଲିଆ, ଅଳ୍ପେଶ କଥେରିଆ, କଂଗ୍ରେସ ଛାଡ଼ି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିବା ଇନ୍ଦ୍ରନୀଲ ରାଜ୍ୟ ଗୁରୁ, ମନୋଜ ସୁରଥିଆଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ କେଜ୍ରିୱାଲ ଜନତାଙ୍କ ଦ୍ୱାରା ମଗାଯାଇଥିବା ରାୟର ଆଧାରରେ ପୂର୍ବ ସାମ୍ବାଦିକ ଇସୁଦାନ ଗଢୱୀଙ୍କ ନାଁ ଘୋଷଣା କରିଛନ୍ତି ।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..