ରିପୋର୍ଟ କାର୍ଡ / ରାଉଲକେଲା
ଆତ୍ମହତ୍ୟା ପରି ଘଟଣା କୁ ଯୁବପିଢିମାନେ ଟ୍ରେଣ୍ଡ ଭାବେ ମାନିନେଲେଣି। ପ୍ରତେକ ଦିନ ଯୁବ ପିଢ଼ି ଆତ୍ମହତ୍ୟାର ବାଟ ବଛୁଛନ୍ତି | ଆଜି ବ୍ରାହ୍ମଣୀ ବ୍ରିଜରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏଥିସହିତ ଯୁବକ ଜଣଙ୍କୁ ଉଦିତନଗର ଥାନା ଓରାମପଡାର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପାରିବାରିକ କାରଣରୁ ଯୁବକ ଜଣକ ଏପରି କାଣ୍ଡ କରିଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିଛି ରାଉଲକେଲାରୁ | ଏହି ଘଟଣା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..