Report Card Odisha

| Daily Odia News

ଭାରତୀୟମାନଙ୍କୁ ପ୍ରଶଂସା କଲେ ପୁଟିନ୍‌….

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

ଭାରତର ନାଗରିକମାନଙ୍କୁ ପ୍ରତିଭାବାନ୍‌, କଠିନ ପରିଶ୍ରମୀ ଓ ଉଚ୍ଚାଭିଳାଷୀ କହି ରୁଷ  ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି। ଶୁକ୍ରବାର ଦିନ ରୁଷ୍‌ର ‘ଏକତା ଦିବସ’ ଅବସରରେ ଉଦ୍‌ବୋଧନ ଦେବା ସମୟରେ ପୁଟିନ୍‌ କହିଛନ୍ତି, ବିକାଶ କ୍ଷେତ୍ରରେ ଭାରତ ଚମତ୍କାର ସଫଳତା ହାସଲ କରିବ, ଏଥିରେ ସନ୍ଦେହ ନାହିଁ। ଭାରତର ପ୍ରାୟ ଦେଢ଼ଶହ କୋଟି ଜନତାଙ୍କ ପାଖରେ ଏଥିପାଇଁ ମେଧା ଓ ସାମର୍ଥ୍ୟ ରହିଛି ପୁଟିନ୍‌ ରୁଷୀୟ ଭାଷାରେ ଦେଇଥିବା ଉଦ୍‌ବୋଧନରେ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୭ ତାରିଖ ଦିନ ‘ଭାଲ୍‌ଦାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡିସ୍‌କସନ୍‌ କ୍ଲବ୍‌’ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିବା ସହିତ କହିଥିଲେ କି, ମୋଦି ଜଣେ ସଚ୍ଚା ଦେଶପ୍ରେମୀ। ସେ କହିଥିଲେ, ବିଶ୍ବରେ ସମସ୍ତଙ୍କଠାରୁ ଭାରତ ସ୍ବାଭାବିକ ସମ୍ମାନ ପାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଗତ କିଛି ବର୍ଷ ହେବ ଅନେକ କିଛି କରାଯାଇଛି। ସେ ତାଙ୍କ ଦେଶର ଜଣେ ସଚ୍ଚା ଦେଶଭକ୍ତ। ତାଙ୍କର ‘ମେକ୍‌ ଇନ୍‌ ଇଣ୍ଡିଆ’ ଚିନ୍ତାଧାରା ହେଉଛି ଗୋଟାଏ ଉଲ୍ଲେଖନୀୟ ଉଦ୍ୟମ। ବାସ୍ତବିକ, ଭାରତ ତା’ର ବିକାଶରେ ପ୍ରଗତି କରିଛି। ଭାରତର ଭବିଷ୍ୟତ ଉଜ୍ଜ୍ବଳ। ଏହାଛଡ଼ା, ପୁଟିନ୍‌ କହିଛନ୍ତି ଯେ, ରୁଷ୍‌ ହେଉଛି ‘ବହୁରାଷ୍ଟ୍ରୀୟ ସଂଘ’ ଏବଂ ‘ବହୁଧର୍ମୀୟ ରାଷ୍ଟ୍ର’। ତେଣୁ, ଏହାର ସଭ୍ୟତା ଓ ସଂସ୍କୃତି ଅଭିନବ। ୟୁରୋପୀୟ ସଂସ୍କୃତି ମଧ୍ୟ ତାଙ୍କ ଦେଶରେ ଗୁରୁତ୍ବ ବହନ କରେ। ଧର୍ମ କ୍ଷେତ୍ରରେ ମଧ୍ୟ ରୁଷ୍‌ ୟୁରୋପ ସହିତ ସଂଶ୍ଳି‌ଷ୍ଟ ରହିଛି।

Breaking News