Report Card Odisha

| Daily Odia News

ଧାମନଗର ଉପନିର୍ବାଚନରେ ବିଜେପିର ବିଜୟୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି | ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ଶାସକ ବିଜେଡି ପାଇଁ ଶକ୍ତ ଧକ୍କା ଓ ସତର୍କ ଘଣ୍ଟି ହୋଇଛି । ରାଜନୀତିକ ସଫଳତାର ଶୀର୍ଷରେ ଥାଇ ମଧ୍ୟ ପ୍ରାୟ ୧୦ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହେବା ବିଜେଡିର ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ନିର୍ବାଚନର ଫଳାଫଳ ୨୦୨୪ ନିର୍ବାଚଉପରେ ପ୍ରଭାବ ପକାଇବା ନେଇ ଚର୍ଚ୍ଚା ଜୋରଧରିଛି | ଅନ୍ୟପଟେ ବିଜେଡି କୁ ଧାମନଗର ଉପନିର୍ବାଚନ ଫଳ ସତର୍କ କରାଇଛି | ଆଗାମୀ ନିର୍ବାଚନକୁ ବିଜେଡିର ଆଭ୍ୟନ୍ତରୀଣ ସଂଗଠନ ଓ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି | ତେବେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ପ୍ରଶାସନର ସହଯୋଗରେ ନିର୍ବାଚନ ଜିତିବାର ଦମ୍ଭୋକ୍ତି ବାଢ଼ୁଥିବା ବିଜେଡି କାହିଁକି ଧାମନଗରରେ ପରାଜିତ ହେଲା, ତାକୁ ନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି |

Breaking News