ରିପୋର୍ଟ କାର୍ଡ / ପୁରୀ
ଆଜି ପଞ୍ଚୁକର ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଛି | ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । ମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ପୋଲିସ ମାଡ ମାରି ଥିବା ସୂଚନା ମିଳୁଛି । ସୂଚନା ଅନୁସରେ- ଜଣେ ମହିଳା ଭକ୍ତ ଦର୍ଶନ ପାଇଁ ଯିବା ସମୟରେ ପୋଲିସ ତାଙ୍କୁ ମାଡ ମାରିଛି । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ଅତିରିକ୍ତ ଏସପି ଏବଂ ବରିଷ୍ଟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ମାଡ଼ମାରିଥିବା ହାବିଲଦାର ସସ୍ପେଣ୍ଡ କରାଯାଇଥିବା ନେଇ ପୁରୀ ଏସପି ସୂଚନା ଦେଇଛନ୍ତି






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..