ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ୪ର୍ଥ ଦିନରେ ପହଞ୍ଚିଛି ସାରିଛି | ଏନ୍ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ତେବେ ଏଠାରେ ରାହୁଲ ଦେଶର ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ରାହୁଲ ନିଜର ବକ୍ତବ୍ୟ ଦେଇ କହିଛନ୍ତି, ‘କାହାକୁ ଡରନ୍ତୁ ନାହିଁ। ନିଜ ମନରୁ ଘୃଣା ଭାବ କାଢ଼ି କରି ଦେଶ ପାଇଁ ମନ ଖୋଲି କାମ କରିବା ଶିଖ। ନା ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ କହୁଛନ୍ତି ନା ଆର୍ଏସ୍ଏସ୍ ବିଷୟରେ କହୁଛି।’ ରାହୁଲ ଯୁବପିଢ଼ିଙ୍କୁ ତାଙ୍କ ବକ୍ତବ୍ୟରେ ଆହୁରି ବି କହିଛନ୍ତି, ‘ମନରେ ଭୟ ନରହିଲେ ଘୃଣା ଭାବ ଜାଗ୍ରତ ହେବନାହିଁ। କେବଳ ଦେଶ ପାଇଁ କାମ କରନ୍ତୁ। ଦେଶରେ ପ୍ରେମ ଓ ଭାଇଚାରା ପ୍ରଘଟ କରନ୍ତୁ, ଘୃଣା ନୁହେଁ।’ ରାହୁଲ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କ ସହ କଥା ହୋଇଛନ୍ତି। ଅନ୍ୟପକ୍ଷେ ଏନ୍ସିପି ମୁଖ୍ୟ ଶରଦ ପାୱାର ହସ୍ପିଟାଲରେ ଥିବାରୁ ସେ ଯାତ୍ରାରେ ଯୋଗ ଦେଇନାହାନ୍ତି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଆସନ୍ତାକାଲି ଆଦିତ୍ୟ ଠାକ୍ରେ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବେ। ଶରଦ ପାୱାର ନଭେମ୍ବର ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇପାରନ୍ତି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..