ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ତେବେ ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ହଷ୍ଟେଲରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ବେକରେ ଗାମୁଛା ଲଗାଇ ଝୁଲି ପଡିଛନ୍ତି ଯୁବତୀ । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲା ତିରିପଦା ଗଡର ହୋଇଥିବା ବେଳେ ତାଙ୍କ ନାମ ଦୀପ୍ତି ପାଣି ବୋଲି ସୂଚନା ମିଳିଛି । ତେବେ ସେ ଖଣ୍ଡଗିରି ବାରଭୁଜାରେ ଥିବା ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ଘଟଣା ସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଥିବା ଜଣାପଡିଛି । ଅନ୍ୟପକ୍ଷେ କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ଏପରି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..