Report Card Odisha

| Daily Odia News

ଛାତ୍ରଛାତ୍ରୀ ଦେବେ ଦକ୍ଷତା ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ କରୋନା ପାଇଁ ପ୍ରଭାବିତ ହୋଇଥିଲା । ତେବେ କରୋନା କ୍ଷତିପୂରଣକୁ ଭରଣା ପାଇଁ ପିଲାମାନଙ୍କୁ ଲର୍ଣ୍ଣିଂ ରିକଭରୀ ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଲର୍ଣ୍ଣି ରିକଭରୀ ପ୍ରୋଗ୍ରାମ କେତେଦୂର ସଫଳ ହୋଇଛି ତାହା ଜାଣିବା ପାଇଁ ଲାଗୁ ହେବ ଦକ୍ଷତା ଯାଞ୍ଚ। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ହେବ ଏକ ସ୍ୱତନ୍ତ୍ର ପରୀକ୍ଷା । ପିଲାମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ ଓ ପାଖ ସ୍କୁଲର ଶିକ୍ଷକମାନେ ପରୀକ୍ଷା ଖାତା ଦେଖିବେ । ରାଜ୍ୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏସସିଇଆରଟି) ଏହି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଚଳିତ ବର୍ଷଠାରୁ ଏହା ଲାଗୁ କରାଯିବ । ରାଜ୍ୟ ସରକାର ପୂର୍ବରୁ ଲର୍ଣ୍ଣିଂ ରିକଭରୀ ପ୍ରୋଗ୍ରାମ ଲାଗୁ କରିଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କର ଦକ୍ଷତା ପରୀକ୍ଷା କରିବେ । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ବହୁ ଶିକ୍ଷାବିତ ଓ ଅଭିଭାବକମାନେ ସମର୍ଥନ କରିଥିବା ଜଣାପଡ଼ିଛି । ତେବେ ଏହି ଦକ୍ଷତା ପରୀକ୍ଷାରେ ବିଫଳ ହେଲେ ପିଲାମାନେ ଫେଲ୍ ହେବେ ନାହିଁ । ଯେଉଁ ପିଲାମାନେ ଦୁର୍ବଳ ଥିବେ, ସେମାନଙ୍କର ଦକ୍ଷତା ବୃଦ୍ଧି ନେଇ ଉଦ୍ୟମ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Breaking News