ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ନଭେମ୍ବର ୨୨ରେ ଗୁଜରାଟରେ ନିର୍ବାଚନୀ ପ୍ରଚାର କରିବେ। ସେ ଭାରତ ଯୋଡୋ ଯାତ୍ରାରୁ ଗୁଜରାଟ ଗସ୍ତ କରିବେ। ଗୁଜରାଟ ବିଧାନସଭା ନିର୍ବାଚନ ଡିସେମ୍ବର ୧ ଏବଂ ୫ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଭୋଟ୍ ଗଣତି ଡିସେମ୍ବର ୮ରେ କରାଯିବ। ଆଗାମୀ ୧୫ ଦିନରେ କଂଗ୍ରେସ ଗୁଜରାଟରେ ମୋଟ୍ ୨୫ଟି ମେଗା ରାଲି କରିବ | ଯାହାକି ୧୨ ଟି ବିଧାନସଭା କ୍ଷେତ୍ରକୁ କଭର କରିବ। ଏହି ରାଲିରେ ପାର୍ଟିର ସମସ୍ତ ବଡ ବଡ ନେତା ଯୋଗ ଦେବେ। ତେଣୁ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରୁ ବ୍ରେକ ନେଇ ଗୁଜରାଟ ନିର୍ବାଚନ ପ୍ରଚାରରେ ସାମିଲ ହେବେ।






More Stories
ମୁଁ ଇସ୍ତଫା ଦେବି ନାହିଁ…..
ଇସ୍ତଫା ଦେଲେ ଏମକେ ଷ୍ଟାଲିନ…..
ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ବାଛିବେ ଶାହା-ମୋହନ…..