Report Card Odisha

| Daily Odia News

ପଦ୍ମପୁର ଉପନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ କରିବେ ପ୍ରଚାର…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି | ଧାମନଗର ଉପନିର୍ବାଚନରେ ଯେଉଁ ନେତାଙ୍କ ପାଇଁ ବିଜେପି ଭଲ ପଦର୍ଶନ କରିଥିଲା ସେହି ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି | ତାଲିକାରେ ରହିଛନ୍ତି ୪୦ ଜଣ ଷ୍ଟାର ପ୍ରଚାରକ | ୪ କେନ୍ଦ୍ର ମନ୍ତ୍ରୀ ଯଥା ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶର ଟୁଡୁ, ଅର୍ଜ୍ଜୁନ ମୁଣ୍ଡା,ଅଶ୍ୱିନୀ ବୈଷ୍ଣବ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି । ଧାମନଗର ଉପନିର୍ବାଚନରେ ବିଜୟ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ । ଏହାସହ ଜୟନାରାୟଣ ମିଶ୍ର,ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆଉ ଉପ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ଅପରାଜିତା ଷଢ଼ଙ୍ଗର , ସଙ୍ଗୀତା ସିଂ ଦେଓଙ୍କ ନାମ ମଧ୍ୟ ସାମିଲ ରହିଛି ।

Breaking News