ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିନ୍ଦୁବାଦୀ ନେତା ବିନାୟକ ଦାମୋଦର ସବରକରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି | କଂଗ୍ରେସ-ଶିବସେନା ଓ ଏନସିପିକୁ ନେଇ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ସବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ମୁକ୍ତ ହୋଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୟାନ ଦେଇଥିଲେ। ଏହି ମନ୍ତବ୍ୟକୁ ବିଜେପି ବିରୋଧ କରୁଥିବା ବେଳେ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିଥିବା ଶିବସେନା ଏହାକୁ ବିରୋଧ କରିଛି। ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ବୟାନ ମେଣ୍ଟରେ ଫାଟ ସୃଷ୍ଟି କରିପାରେ ବୋଲି ସତର୍କ କରାଇ ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ କରୁଥିବା ଭାରତ ଯୋଡ଼ ଯାତ୍ରା ଲୋକପ୍ରିୟତା ହାସଲ କରୁଥିବା ଶ୍ରୀ ରାଉତ ସ୍ୱୀକାର କରିଛନ୍ତି। କିନ୍ତୁ ରାହୁଲ ଗାନ୍ଧି ମହାରାଷ୍ଟ୍ରକୁ ଆସି ସବରକରଙ୍କ ସମ୍ପର୍କରେ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେବାର ନଥିଲା । ଏଥିସହ ରାହୁଲ ଗାନ୍ଧିଙ୍କ ବୟାନ ଶିବସେନା ପାଇଁ ଗ୍ରହଣୀୟ ନୁହେଁ ଓ ଏହା କଂଗ୍ରେସ ଦଳର ନେତାଙ୍କ ପାଇଁ ମଧ୍ୟ ରାଜ୍ୟରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଶ୍ରୀ ରାଉତ କହିଛନ୍ତି। ଉଲ୍ଲେଖ ଯୋଗ୍ୟ -ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ ବରଦାସ୍ତ କରାଯିବ ନାହିଁ। ସବରକରଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏଭଳି କହିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ।






More Stories
ଭଡ଼ାଘର ଦେବେ ସରକାର…..
ପୁଣି ମଣିପୁରରେ ହିଂସା…..
ଜୀବନ ନେଉଛି SIR…..