ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କେସୁରା ପଟୁ ଦୟା ନଦୀ ବନ୍ଧରୁ ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ । ଖବର ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୪୨ କେଜିର ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ତିନି ଜଣଙ୍କଠାରୁ କାର୍ ଓ ଗୋଟିଏ ମୋବାଇଲ ମଧ୍ୟ ମିଳିଛି ।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……