ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍ ଜବତ ହୋଇଛି । ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ କାର୍ ଜବତ କରିଛନ୍ତି ଇଡି ଅଧିକାରୀ । ଚେଚିସ୍ ଓ ଇଞ୍ଜିନ ନମ୍ବରରୁ ଏହା ଅର୍ଚ୍ଚନାଙ୍କ କାର୍ ବୋଲି ସ୍ପଷ୍ଟ ହୋଇଛି। ଇଡି ଅଧିକାରୀ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। କାର୍ଟିକୁ ଜବତ କରି ଇଡି ଅଧିକାରୀମାନେ ଭୁବନେଶ୍ୱର ସ୍ଥିତ ସେମାନଙ୍କ ଅଫିସ୍କୁ ନେଇଛନ୍ତି। ଶୁକ୍ରବାର ରାତିରେ ଜଣେ ଅଜଣା ବ୍ୟକ୍ତି କାର୍ଟିକୁ ଆଣି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପାର୍କିଂ କରି ଚାଲି ଯାଇଥିଲେ। ଗାଡ଼ିଟିର ଆଗ ଓ ପଛରେ ନମ୍ବର ପ୍ଲେଟ୍ ନଥିଲା। ୨୪ ଘଣ୍ଟା ପରେ ବି କାର୍ଟିକୁ କେହି ନ ନେବାରୁ ସ୍ଥାନୀୟ ବାସିନ୍ଦାଙ୍କ ସନ୍ଦେହ ହୋଇଥିଲା। ଏହା ଚୋରା ଗାଡ଼ି ହୋଇଥାଇପାରେ ଓ ସେଥିପାଇଁ କେହି ଛାଡ଼ି ଦେଇ ଚାଲି ଯାଇଥାଇପାରେ ବୋଲି ସେମାନେ ସନ୍ଦେହ କରିଥିଲେ ଓ ଏ ନେଇ ପୋଲିସ କୁ ଜଣାଇଥିଲେ। ଇଡି ଓ ପୋଲିସ ଅଧିକାରୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ। ତଦନ୍ତ ପରେ ଏହା ଅର୍ଚ୍ଚନାଙ୍କର ଗାଡ଼ି ବୋଲି ସ୍ପଷ୍ଟ ହୋଇଥିଲା।






More Stories
ତିରିଂ ଅଞ୍ଚଳରେ ଡବଲ ମର୍ଡର ……
ଓଡିଶା ଆସିବେ ନୀତିନ ନବୀନ…..
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……